Type Here to Get Search Results !

କ୍ରସ ଭୋଟିଂ ପାଇଁ ଦଳରୁ ବିଦା ହେଲେ କଂଗ୍ରେସ ବିଧାୟକ କୁଲଦୀପ

 


ନୂଆଦିଲ୍ଲୀ: କ୍ରସ ଭୋଟିଂ କରି ବିଦା ହେଲେ କଂଗ୍ରେସର ବରିଷ୍ଠ ନେତା । ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ଅଭିଯୋଗରେ ଦଳରୁ ବିଦା ହୋଇଛନ୍ତି ଦଳର ବରିଷ୍ଠ ନେତା କୁଲଦୀପ ବିଷ୍ଣୋଇ । ଦଳର ସମସ୍ତ ପଦରୁ ହଟାଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଏ ନେଇ ଦଳର ସାଧାରଣ ସମ୍ପାଦକ କେ.ସି ଭେଣୁଗୋପାଳ ସୂଚିତ କରିଛନ୍ତି ।

ସୂଚନା ଅନୁଯାୟୀ, ରାଜ୍ୟସଭା ନିର୍ବାଚନରେ ହରିୟାଣାର ଦୁଇଟି ଆସନ ପାଇଁ କ୍ରସ ଭୋଟିଂ କରି ବିଧାୟକ ଜଣଙ୍କ ଏବେ ଦଳରେ କ୍ରୋଧର ଶିକାର ହୋଇଛନ୍ତି । ତାଙ୍କର ଏହି ପଦକ୍ଷେପ ପାଇଁ କଂଗ୍ରେସ ପ୍ରାର୍ଥୀ ଅଜୟ ମାକେନ ପରାଜୟ ହେବାରୁ ଏବେ ତାଙ୍କୁ ସମସ୍ତ ପଦରୁ ହଟାଇ ଦିଆଯାଇଛି । କାର୍ତ୍ତିକେୟ ଶର୍ମାଙ୍କ ପାଇଁ ବିଷ୍ଣୁ କ୍ରସ ଭୋଟ୍ କରିଥିଲେ, ଯିଏ ବିଜେପି ତଥା ଏହାର ସହଯୋଗୀ ଜେଜେପି ଦ୍ୱାରା ସମର୍ଥିତ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନରେ ଭାଗ ନେଇଥିଲେ । କଂଗ୍ରେସ ଦଳରେ ରହି ଏଭଳି ଭାବେ ଦଳକୁ ଠକିବାରୁ ଅଜୟ ମାକନଙ୍କୁ ହାରିବାକୁ ପଡ଼ିଥିଲା। ଅଜୟ ମାକନ ହାରିବା ପରେ କୁଲଦୀପ ବିଷ୍ଣୋଇ ଟ୍ୱିଟ୍ କରି ଲେଖିଥିଲେ ଯେ, ଫଣାକୁ ଭାଙ୍ଗିବାର କ୍ଷମତା ମୋ ପାଖରେ ଅଛି, ସାପର ଭୟ ପାଇଁ ମୁଁ ଜଙ୍ଗଲ ଛାଡିବି ନାହିଁ। ଶୁଭ ସକାଳ।’ ତେବେ ହରିୟାଣା ପ୍ରଦେଶ କଂଗ୍ରେସ କମିଟିର ପୁନର୍ଗଠନ ବେଳେ ତାଙ୍କୁ ଦଳରୁ ଦୂରେଇ ରଖାଯାଇଥିବାରୁ ଏଭଳି ଚର୍ଚ୍ଚା ହେଉଛି ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Top Post Ad

Below Post Ad

Hollywood Movies

Header ADS