Type Here to Get Search Results !

ବସ ଓଲଟି ୫ ମୃତ,୪୦ ଆହାତ

 


ମାଲକାନଗିରି Iତା:୧୩/୦୬ଆନ୍ଧ୍ର ସୀମାନ୍ତ ଚିନ୍ତୁର ଥାନା ଅନ୍ତର୍ଗତ ବୋଡୁଗୁଦେମ୍ ନିକଟରେ ଏକ ଘରୋଇ ବସ ଭାରସାମ୍ଯ ହରାଇ ଓଲଟି ପଡିବା ଫଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ଯ ଖେଳାଇ ଦେଇଛି । ଭବାନୀପାଟଣାରୁ ବିଜୟଓ୍ବାଡା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବସଟି ଓଲଟିଲ ପଡିଲା ।ଫଳରେ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟ ଘଟିଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ସେଠାରେ ଥିବା ସମସ୍ତ ଶିଶୁଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧରେ ଗଣେଶ୍ବର ଦଳପତି, ଜିତୁ ହରିଜନ ଓ ସୁନେନ ହରିଜନ । ଅନ୍ୟ ୨ ଜଣଙ୍କ ପରିଚୟ ମିଳିନାହିଁ । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ।ରାତି ୨ଟାରେ ଏହି ଘଟିଥିଲା ଏହି ଦୁର୍ଘଟଣା । ଆହତ ୪୦ ଜଣଙ୍କ ମଧ୍ୟରୁ ୩ ଗୁରୁତରଙ୍କୁ ଭଦ୍ରାଚଲମ୍ ମେଡିକାକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟମାନଙ୍କୁ ଚିନ୍ତୁର୍ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା । କଳାହାଣ୍ଡି ଜିଲ୍ଲାର ଶ୍ରମିକଙ୍କୁ ନେଇ ସଙ୍ଗୀତା ନାମକ ବସ୍ ଯାଉଥିବା ବେଳେ ବୋଡୁଗୁଦେମ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।ଦୁର୍ଘଟଣା ଖବରରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Top Post Ad

Below Post Ad

Hollywood Movies

Header ADS