Type Here to Get Search Results !

ନାରୀ ନିର୍ଯାତନାକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ ଏବେ ପ୍ରେକ୍ଷାଳୟରେ

 


ପୁଣି ମୁଖ୍ୟସ୍ରୋତକୁ ଫେରିବ କି ଓଡ଼ିଆ ଚଳଚ୍ଚିତ୍ର? ଓଡ଼ିଆ ଚଳଚ୍ଚିତ୍ର ଦେଖିବାକୁ ପ୍ରେକ୍ଷାଳୟକୁ ଆସିବେ କି ଓଡ଼ିଆ ଦର୍ଶକ? ଏମିତି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜାଚାଲିଛି। ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପୂର୍ବରୁ ଓଡ଼ିଆ ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ର ଏକ ପ୍ରେସ ସୋ’ ଭୁବନେଶ୍ବରରେ ଆୟୋଜିତ ହୋଇଥିଲା। ସିନେ କ୍ରିଟିକ୍‌, ସିନେ ପ୍ରେମୀ ଏବଂ ସିନେ ସାମ୍ବାଦିକଙ୍କ ଗହଣରେ ଏହି ସୋ’ ଅନୁଷ୍ଠିତ ହୋଇଥିଲା। ଅକ୍ଷୟ ପରିଜା ପ୍ରଡକ୍ସନ୍‌ ନିବେଦିତ ଏହି ଚଳଚ୍ଚିତ୍ର ମୁକ୍ତିଲାଭ ପୂର୍ବରୁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ବିପ୍ଳବ ଆଣିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ସିନେମାର ପ୍ରଯୋଜକ ଓ ନିର୍ଦ୍ଦେଶକ।ଚଳଚ୍ଚିତ୍ରଟି ଓଡ଼ିଆ ଦର୍ଶକଙ୍କୁ ପ୍ରେକ୍ଷାଳୟମୁହାଁ କରିବ ବୋଲି ପ୍ର‌େଯାଜନା ସଂସ୍ଥା ଆଶାବାଦୀ। ସିନେମା ଦେଖିବା ପରେ ସିନେ ସମୀକ୍ଷକମାନେ ଚଳଚ୍ଚିତ୍ରକୁ ଫାଇଭ୍ ଷ୍ଟାର୍ ମାନ୍ୟତା ଦେବା ସହ ସବୁଦିଗରୁ ସିନେମାଟି ଉନ୍ନତମାନର ହୋଇଛି ବୋଲି ମତବ୍ୟକ୍ତ କରିଥିଲେ। ସେମାନେ ଚଳଚ୍ଚିିତ୍ରର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଶୈଳୀକୁ ପ୍ରଶଂସା କରିଥିଲେ। ପ୍ରଥମଥର ପାଇଁ ଅଭିନୟ କରିଥିଲେ ମଧ୍ୟ ଅଭିନେତ୍ରୀ ଲିଜା ନାୟକଙ୍କ ଅଭିନୟରେ ସେମାନେ ମନ୍ତ୍ରମୁଗ୍ଧ ହୋଇଥିଲେ। ସେହିଭଳି ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ କ୍ରାଇମବ୍ରାଞ୍ଚ ପୋଲିସ ଅଫିସର ଭୂମିକା ମଧ୍ୟ ତାଙ୍କ ଜୀବନର ଏକ ମାଇଲ୍‌ଷ୍ଟୋନ୍‌ ହେବ ବୋଲି ପ୍ରକାଶ କରିଥିଲେ। ଚଳଚ୍ଚିତ୍ରରେ ଅଭିନେତା ହର ରଥଙ୍କ ଆଡ୍‌ଭୋକେଟ୍‌ ଭୂମିକା ଓ ସାହିତ୍ୟିକ ହରପ୍ରସାଦ ଦାସଙ୍କ ବିଚାରକ ଭୂମିକା ମଧ୍ୟ ଲୋକାଦୃତ ହେବ ବୋଲି ଆଶାପ୍ରକଟ କରିଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Top Post Ad

Below Post Ad

Hollywood Movies

Header ADS