Type Here to Get Search Results !

ହଲିଉଡ଼ର ବରିଷ୍ଠ ଅଭିନେତା ବୋ ହପକିନ୍ସଙ୍କ ପରଲୋକ

 


ମୁମ୍ବାଇ: ହଲିଉଡ଼ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ପ୍ରସିଦ୍ଧ ଅଭିନେତା ବୋ ହପକିନ୍ସଙ୍କ ପରଲୋକ ହୋଇଛି । ୮୦ ବର୍ଷ ବୟସରେ ଶେଷ ନିଶ୍ୱସ ତ୍ୟାଗ କରିଛନ୍ତି ଏହି ବରିଷ୍ଠ ଅଭିନେତା ବୋ ହପକିନ୍ସ । ଏହି ଅଭିନେତା ଅନେକ ସୁପରହିଟ୍‌ ହଲିଉଡ଼ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ୧୯୭୯ ମସିହାରେ ମୁକ୍ତିଲାଭ କରିଥିବା କମେଡି ଚଳଚ୍ଚିତ୍ର ‘ଆମେରିକୀୟ ଗ୍ରାଫିଟି ’ ତାଙ୍କୁ ଖୁବ୍ ସଫଳତା ଦେଇଥିଲା । ଆଜି ମଧ୍ୟ ପ୍ରଶଂସକମାନେ ଏହି ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି।ବୋ ହପକିନ୍ସଙ୍କ ମୃତ୍ୟୁ ଖବର ସୋଶିଆଲ ମିଡ଼ିଆରେ ଦିଆଯାଇଥିଲା । ଏଥିରେ ଲେଖାଅଛି, ‘ଦୁଃଖର ସହ ଜଣାଉଛୁ ଯେ ଶନିବାର ରାତିରେ ବୋଙ୍କର ଦେହାନ୍ତ ହୋଇଛି’। ବୋ ସାରା ବିଶ୍ୱରେ ତାଙ୍କ ପ୍ରଶଂସକଙ୍କ କଥା ଶୁଣିବାକୁ ଭଲ ପାଉଥିଲେ । ଭେଟେରାନ ଅଭିନେତା ୧୯୬୯ ମସିହାରେ ମୁକ୍ତିଲାଭ କରିଥିବା ଫିଚର ଫିଲ୍ମ ‘ଦି ୱାଇଲ୍ଡ ବଞ୍ଚ’ ସହିତ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କର ଚରିତ୍ର ଥିଲା ‘କ୍ରେଜି ଲି’। ଏହାପରେ ସେ ‘ଗେଟଅୱେ’ରେ ନଜର ଆସିଥିଲେ। ଏଥିରେ ସେ ଏକ ସହାୟକ ଭୂମିକାରେ ନଜର ଆସିଥିଲେ । ଖୁବ୍ କମ୍ ଲୋକ ଜାଣନ୍ତି ଯେ, ସିନେମା ଜଗତକୁ ଆସିବା ପୂର୍ବରୁ ବୋ ମାତ୍ର ୧୬ ବର୍ଷ ବୟସରେ ଆମେରିକା ସେନାରେ କାର୍ଯ୍ୟ କରିଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Top Post Ad

Below Post Ad

Hollywood Movies

Header ADS