Type Here to Get Search Results !

ଦୁଇ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ରାଜ୍ୟସଭା ପ୍ରାର୍ଥୀ କଲା ଆପ୍


ଚଣ୍ଡିଗଡ଼: ରାଜ୍ୟସଭା ପାଇଁ ଦୁଇଟି ନାଁ ସ୍ଥିର କଲା ଆମ୍ ଆଦମୀ ପାର୍ଟି(ଆପ୍) । ପଦ୍ମଶ୍ରୀ ସନ୍ଥ ବଲବୀର ସିଂ ଏବଂ ପଦ୍ମଶ୍ରୀ ବିକ୍ରମଜିତ ସିଂ ସାହନିଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ କରିଛି ଆପ୍।ନଦୀରେ ବଢ଼ୁଥିବା ପ୍ରଦୂଷଣକୁ ରୋକିବାକୁ ଯାଇ ଚର୍ଚ୍ଚାକୁ ଆସିଥିଲେ ସନ୍ଥ ବଲବୀର ସିଂ ସେଚେୱାଲ। ସେ ବାବା ସେଚେୱାଲ୍ ଏବଂ ଇକୋ ବାବା ନାମରେ ବେଶ୍ ଜଣାଶୁଣା। ସୁଲତାନପୁର ଲୋଧିରେ ୧୬୦ କିଲୋମିଟର ଲମ୍ବା କାଲୀ ବେନ ନଦୀକୁ ସଫା କରିବାର ଶ୍ରେୟ ତାଙ୍କୁ ଦିଆଯାଇଛି। ସେ ଏକାକୀ ୨୦୦୭ ମସିହାରେ କାଲୀ ବେନ ନଦୀ ସଫା କରିବା ଆରମ୍ଭ କରିଥିଲେ। ଜଲନ୍ଧରର କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ବାବା ସେଚେୱାଲ ଦୀର୍ଘ ବର୍ଷ ଧରି ନଦୀରେ ବଢ଼ୁଥିବା ପ୍ରଦୂଷଣକୁ ରୋକିବା ପାଇଁ ଏକ ଅଭିଯାନ ଚଳାଇଛନ୍ତି। ୨୦୧୭ରେ ତାଙ୍କର ଏହି ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।ଅନ୍ୟପକ୍ଷରେ ସାମାଜିକ କର୍ମୀ ବିକ୍ରମଜିତ୍ ସିଂ ସାହନିଙ୍କର ଶିକ୍ଷା କ୍ଷେତ୍ରରେ ଏକ ମହତ୍ବପୂର୍ଣ୍ଣ ଅବଦାନ ରହିଛି। ବିକ୍ରମଜିତ୍ ସାହନି ବର୍ଷ ବର୍ଷ ଧରି ସାମାଜିକ କଲ୍ୟାଣ କାର୍ଯ୍ୟ ସହିତ ଜଡିତ ଥିଲେ। ଏଥିପାଇଁ ମରିସସର ରାଷ୍ଟ୍ରପତି ବିକ୍ରମଜିତ୍ ସାହନିଙ୍କୁ ଆନ୍ତର୍ଜାତୀୟ ଶାନ୍ତି ପୁରସ୍କାରରେ ସମ୍ମାନିତ କରିଛନ୍ତି। ସେ ବିଶ୍ୱ ପଞ୍ଜାବୀ ସଂସଦୀୟ ଫୋରମ୍ ଗଠନ କରି ସାରା ବିଶ୍ୱରେ ପଞ୍ଜାବୀ ସଂସ୍କୃତିର ପ୍ରଚାର କରିଥିଲେ। ସେ ‘ବୋଲ୍ ସୋ ନିହାଲ୍’, ‘ଗୁରୁ ମାନ୍ୟୋ ଗ୍ରନ୍ଥ’ ଏବଂ ‘ସରବଂସଦାନୀ’ ପରି ଅନେକ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଏହା ସହ ହଜାର ହଜାର ପଞ୍ଜାବୀ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିଛନ୍ତି।ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଟ୍ୱିଟ୍ କରି କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ଦୁଇଜଣ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ରାଜ୍ୟସଭା ସଦସ୍ୟ ଭାବରେ ମନୋନୀତ କରୁଛି। ଜଣେ ପରିବେଶପ୍ରେମୀ ପଦ୍ମଶ୍ରୀ ସନ୍ଥ ବଲବୀର ସିଂ ଓ ଅନ୍ୟ ଜଣେ ହେଉଛନ୍ତି ପଦ୍ମଶ୍ରୀ ବିକ୍ରମଜିତ୍ ସିଂ ସାହନି । ଉଭୟଙ୍କୁ ମୋର ଶୁଭେଚ୍ଛା |

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Top Post Ad

Below Post Ad

Hollywood Movies

Header ADS