ଅଲ୍ ଓଡ଼ିଶା କମ୍ପୁଟର ଟ୍ରେନିଙ୍ଗ ସେଣ୍ଟର୍ ଆସୋସିଏସନର କାର୍ଯ୍ୟକାରିଣୀ ସଦସ୍ୟ ମାନେ ସମ୍ବଲପୁର ସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ ର କୂଳ ସଚିବଙ୍କୁ ଜ୍ଞାପନ ପ୍ରଦାନ କରାଗଲା ସଂଘ ସଂପାଦକ ତାପସ କୁମାର ପତିଙ୍କ ନେତୃତ୍ୱରେ ଦିଆଯାଇଥିବା ଉକ୍ତ, ଜ୍ଞାପନ ପତ୍ର ରେ OKCL ସହିତ ହୋଇଥିବା ଚୁକ୍ତି ଭଳି ସମାନ୍ତରାଳ ଭାବରେ ସଂଘ ସହିତ mou କରିବା ପାଇଁ ଜ୍ଞାପନ ପ୍ରଦାନ କରାଯାଇଛି । କମ୍ପ୍ୟୁଟର ସମ୍ବନ୍ଧୀୟ ପ୍ରଶିକ୍ଷଣ ନିମିତ୍ତ ସାରା ଓଡ଼ିଶାରେ ଗୋଟିଏ ପ୍ରକାର ପାଠ୍ୟକ୍ରମ, ପାଠ୍ୟଦେୟ ଓ ପାଠ୍ୟକ୍ରମ ସମୟ ସୀମା ପ୍ରଚଳନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏହି ଉପଲକ୍ଷେ କୂଳ ସଚିବ ସମସ୍ତ ବିଷୟ କୁଳପତିଙ୍କୁ ଜଣାଇବା ପାଇଁ ସଂଘକୁ ଆଶ୍ଵସନା ଦେଇଛନ୍ତି । ତା ସଙ୍ଗେ ସଙ୍ଗେ ଆସନ୍ତା ନିକଟ ଭବିଷ୍ୟତରେ ଏହା ଉପରେ ସଂଘ ସହିତ ବିସ୍ତୃତ ଆଲୋଚନା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏ ପ୍ରତିନିଧି ମଣ୍ଡଳ ରେ AOCTCA ର ସଭାପତି ସୟଦ ସଫିର ଅଲି ରାଜ୍ୟ ସଂଯୋଜକ ଇଞ୍ଜିନିୟର ଅବିନାଶ ଦାସ କୋଷାଧ୍ୟକ୍ଷ ମନୋରଞ୍ଜନ କର, କାଳନ୍ଦୀ ବେହେରା ,ବୁବୁନ୍ ପ୍ରଧାନ ,ମନୋରଞ୍ଜନ ମଲିକ,ଦୁର୍ଗାପ୍ରସାଦ ମହାପାତ୍ର,ପ୍ରଭାତ ଦେହୁରୀ,ଅଚ୍ୟୁତାନନ୍ଦ ବେହେରା,ରାଜେଶ ଶର୍ମା, ରମନ୍ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।




