ପ୍ରୟାଗରାଜ: ଶୁକ୍ରବାର ଦିନ ପ୍ରୟାଗରାଜ ସହରରେ ଘଟିଥିବା ସଂଘର୍ଷର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଚିହ୍ନଟ କରାଯାଇଥିବା ମହମ୍ମଦ୍ ଜାଭେଦ୍ ଓରଫ୍ ଜାଭେଦ୍ ପମ୍ପ୍ଙ୍କ ଘରକୁ ଭାଙ୍ଗିବା ପାଇଁ ‘ପ୍ରୟାଗରାଜ ଡେଭ୍ଲପ୍ମେଣ୍ଟ୍ ଅଥରିଟି’ (ପିଡିଏ) ତାଙ୍କ ପରିବାର ଲୋକଙ୍କୁ ନୋଟିସ୍ ଜାରି କରିଛନ୍ତି।ଜୁନ୍ ୧୨ ତାରିଖ ପୂର୍ବାହ୍ଣ ୧୧ଟା ସୁଦ୍ଧା ଘର ଖାଲି କଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତାଲା ଅଞ୍ଚଳରେ ଥିବା ଜାଭେଦ୍ଙ୍କ ଘର ଫାଟକରେ ଲଗାଯାଇଥିବା ‘ପ୍ରୟାଗରାଜ ଡେଭ୍ଲପ୍ମେଣ୍ଟ୍ ଅଥରିଟି’ଙ୍କ ନୋଟିସ୍ରେ ସୂଚନା ଦିଆଯାଇଛି ଆବଶ୍ୟକ ଅନୁମତି ନ ନେଇ ଉକ୍ତ ଘରର କିଛି ଅଂଶ ବେଆଇନ ଭାବେ ନିର୍ମିତ ହୋଇଛି। ତେଣୁ, ଏହା ‘ବିଲ୍ଡିଙ୍ଗ୍ ଆଣ୍ଡ୍ ପ୍ଲାନିଙ୍ଗ୍’ ନିୟମ ବହିର୍ଭୂତ ବୋଲି ଉକ୍ତ ନୋଟିସ୍ରେ ଉଲ୍ଲେଖ ଅଛି।





