Type Here to Get Search Results !

ଚିତା ପରି ଚତୁର ଓଡ଼ିଶା ପୁଲିସର ୪ କୁକୁର: ବାରବାଟୀ ଷ୍ଟାଡିୟମ ଉପରେ ରଖିବେ ନଜର

 


କଟକ: ଓଡ଼ିଶା ପୁଲିସର ୪ ପୁଲିସ କୁକୁର ଏବେ ଚର୍ଚ୍ଚାରେ। ଚିତା ପରି ଚତୁର ୪ ଏକ୍ସପ୍ଲୋସିଭ୍ ସ୍ନାଇପର୍ କୁକୁର କାଜଲ, ବରୁଣ, ଆକାଶ, ଫ୍ୟାନ୍ସି ବାରବାଟୀ ଷ୍ଟାଡିୟମକୁ ଜଗିଛନ୍ତି। ଅନ୍ତର୍ଜାତୀୟ ମ୍ୟାଚରେ ଯେଭଳି କୌଣସି ପ୍ରକାର ବିସ୍ଫୋରକ ସାମଗ୍ରୀ କେହି ନଆଣନ୍ତି, ସେଥିପାଇଁ ଏମାନେ ସଜାଗ ରହିଛନ୍ତି। ବିସ୍ଫୋରକ ସାମଗ୍ରୀ ଠାବ କରିବାରେ ଓଡ଼ିଶା ପୁଲିସର ଏହି କୁକୁର ବେଶ ଧୁରନ୍ଦର। ଫ୍ୟାନ୍ସି ଓ କାଜଲ ଲାବ୍ରେଡର ପ୍ରଜାତିର ଓ ବରୁଣ ଓ ଆକାଶ ଜର୍ମାନ ସେଫର୍ଡ ପ୍ରଜାତିର ବୋଲି ସୂଚନା ମିଳିଛି।ଆଜି ଵାରବାଟୀରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ। ସୁପର ସଣ୍ଡେର ହେବ ସୁପର ମୁକାବିଲା । ମ୍ୟାଚ ଦେଖିବାକୁ ୪୪ ହଜାରରୁ ଅଧିକ ଦର୍ଶକ ରହିବେ। ଖେଳାଳି ଏବଂ ଦର୍ଶକଙ୍କ ସୁରକ୍ଷା ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାରେ ଥିବା ୪ ଜଣ ନାମକୁ ନେଇ ଏବେ ଜୋର ଚର୍ଚ୍ଚା ହେଉଛି। ଏହି ୪ ନାମ ହେଉଛି କାଜଲ, ବରୁଣ, ଆକାଶ ଓ ଫାନ୍ସି। ନାମ ଶୁଣି ଭାବୁଥିବେ ଏମାନେ ମଣିଷ ନା ଏମାନେ ହେଲେ ଓଡ଼ିଶା ପୁଲିସର ୪ ପୁଲିସ କୁକୁର, ଯାହାଙ୍କ ନଜରରେ ରହିବ ଷ୍ଟାଡିୟମ । ୪ ଏକ୍ସପ୍ଲସିଭ ସ୍ନାଇପର କୁକୁର ହେଉଛନ୍ତି କାଜଲ, ବରୁଣ, ଫାନ୍ସି ଓ ଆକାଶ । ଏମାନେ ଷ୍ଟାଡିୟମର ସମସ୍ତ ସ୍ଥାନର ଅନୁଧ୍ୟାନ କରୁଛନ୍ତି। ଅନ୍ତର୍ଜାତୀୟ ମ୍ୟାଚରେ ଯେପରି କୌଣସି ପ୍ରକାର ବିସ୍ଫୋରକ ସାମଗ୍ରୀ କାରବାର ନ ହୁଏ, ସେଥିପାଇଁ ଏମାନେ ଷ୍ଟାଡୟମର କୋଣ ଅନୁକୋଣରେ ଲକ୍ଷ୍ୟ ରଖିଛନ୍ତି । ବିସ୍ଫୋରକ ସାମଗ୍ରୀ ଠାବ କରିବାରେ ଏମାନେ ମାହିର।

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Top Post Ad

Below Post Ad

Hollywood Movies

Header ADS