Type Here to Get Search Results !

ଋଣବୋଝ : କରତରେ ପତ୍ନୀ ଏବଂ ୨ ପିଲାଙ୍କ ଗଳାକାଟିବା ପରେ ଆତ୍ମହତ୍ୟା କଲେ ସଫ୍ଟୱେର ଇଂଜିନିୟର

 


ଚେନ୍ନାଇ:  ଚେନ୍ନାଇର ଜଣେ ସଫ୍ଟ‌ୱେର ଇଂଜିନିୟର ଋଣ ବୋଝ ସହିନପାରି ଆତ୍ମହତ୍ୟା କରିଦେଇଛନ୍ତି। ସେ କେବଳ ନିଜେ ଆତ୍ମହତ୍ୟା କରିନାହାନ୍ତି ଏହା ପୂର୍ବରୁ ସେ ତାଙ୍କ ପତ୍ନୀ ଏବଂ ୨ ପୁଅ ଝିଅଙ୍କ ଗଳା କାଟି ହତ୍ୟା କରିଛନ୍ତି। ଏହି ଅଭାବନୀୟ ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଋଣବୋଝରେ ଚାପି ହୋଇ ଯାଇଥିବା ସଫ୍ଟ‌ୱେର ଇଂଜିନିୟର ମାନସିକ ସନ୍ତୁଳନ ହରାଇ ଏପରି କାଣ୍ଡ କରିଛନ୍ତି।ସୂଚନା ଅନୁସାରେ,  ଆତ୍ମହତ୍ୟା କରିଥିବା ସଫ୍ଟୱେର ଇଂଜିନିୟରଙ୍କ ନାଁ ପ୍ରକାଶ। ୪୨ ବର୍ଷୀୟ ପ୍ରକାଶ ଏକ ଘରୋଇ ସଫ୍‌ଟୱେୟାର କମ୍ପାନିରେ କାମ କରନ୍ତି। ପତ୍ନୀ ଗାୟତ୍ରୀ (୩୯), ଝିଅ ନିତ୍ୟା (୧୧) ଏବଂ ପୁଅ ହରିକ୍ରିଷ୍ଣା(୯)ଙ୍କ ସହ ସେ ପୋଲିଚାଲୁର ସ୍ଥିତ ଭେଙ୍କଟେଶ୍ବର ନଗରରେ ରହୁଥି‌ଲେ। ପତ୍ନୀ ରାଜନୀତିରେ ସକ୍ରିୟ ଥିଲେ ଓ ସେ ଦଳୀୟ କାମ କରିବା ଲାଗି ବହୁ ପରିମାଣରେ ଅର୍ଥ ଋଣ କରିଥିଲେ। ଏହି ଋଣଶୁଝାକୁ ନେଇ ପତିି-ପତ୍ନୀଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହେଉଥିଲା। ଏହି କାରଣରୁ ପ୍ରକାଶ ଏପରି ଚରମ ପଦକ୍ଷେପ ନେବାକୁ ଚିନ୍ତା କଲେ ବୋଲି ଅନୁମାନ କରାଯାଉଛି। ପ୍ରକାଶ ତାଙ୍କ ସ୍ତ୍ରୀ ଏବଂ ପିଲାଙ୍କୁ ମାରିବା ପୂର୍ବରୁ ସେମାନଙ୍କୁ ନିଶା ଦେଇଥିବା ଜଣାପଡ଼ିଛି। ‌ ଏକ ପାୱାର୍‌ ସ’ (ବିଦ୍ୟୁତ ଚାଳିତ କରତ) ବ୍ୟବହାର କରି ଉକ୍ତ ଇଂଜିନିୟର ଜଣଙ୍କ ଏହି ଜଘନ୍ୟ କାଣ୍ଡ ଘଟାଇଛନ୍ତି। ପ୍ରଥମେ କରତ ଦ୍ବାରା ନିଜ ପତ୍ନୀ ଏବଂ ୨ ପିଲାଙ୍କ ଗଳା କାଟିବାପରେ ଏହି ସମାନ ଉପକରଣରେ ସେ ନିଜ ବେକ କାଟିଥିଲେ।ତେବେ ପ୍ରକାଶ ନିଜ ଘର କବାଟ ଅନେକ ଦିନ ଧରି ନଖୋଲିବାରୁ ଶଙ୍କର ନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରାଥମିକ ତଦନ୍ତରୁ ଏହା ଜଣାପଡ଼ିଛି ଯେ ପ୍ରକାଶ ଅତ୍ୟନ୍ତ ଋଣଭାର ଯୋଗୁଁ ଏଭଳି ପଦକ୍ଷେପ ଗ୍ରହଣ କରିଥାଇପାରନ୍ତି। ପ୍ରକାଶ ତାଙ୍କ ଘରର ଝରକା ନିକଟରେ ଏକ ଚିଠି ଛାଡ଼ି ଯାଇଛନ୍ତି। ତାଙ୍କ ମୃତ୍ୟୁ ପାଇଁ ସେ କାହାକୁ ଦାୟୀ କରିନାହାନ୍ତି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Top Post Ad

Below Post Ad

Hollywood Movies

Header ADS